Header Ads

Sunday, December 17, 2017

ହେ ମୃତ୍ୟୁ

ହେ ମୃତ୍ୟୁ...
କିଏ କହେ ତୁମେ ଦାରୁଣ !
କିଏ କହେ ତୁମେ ଭୟଙ୍କର !!
ମୁଁ କହେ, ତୁମେ ଖୁବ ସୁନ୍ଦର
ଜୀବନର ଚିରନ୍ତନ ସତ୍ୟ..
ନଥାଏ ଅପେକ୍ଷା କେବେ
ଭାବ ପ୍ରୀତିର ସମ୍ମୋହନକୁ ॥

ହେ ମୃତ୍ୟୁ...
ତୁମେ ଖୁବ ସହଜରେ
ପ୍ରମାଣିତ କରିପାର
ଜୀବନର ବାସ୍ତବ ସତ୍ୟକୁ
ଚିତାଗ୍ନୀରେ ଝାସ ଦେଲାବେଳେ
ଦେଖେଇ ଦେଇଥାଅ ମଣିଷକୁ
ତା'ର ଅସଲ ପ୍ରତିବିମ୍ବ ॥

ହେ ମୃତ୍ୟୁ...
ଅତର୍କିତ ଭାବେ ତୁମ ଉପସ୍ଥିତି
କାବୁକରି ନେଇଯାଅ ସହଜରେ
ନକରି ବିଭେଦ ବିଚାର..
କାରଣ, ସଭିଏଁ ସମାନ
ତୁମ କବ୍ଜାର କୋଠରୀ ଭିତରେ ॥

ହେ ମୃତ୍ୟୁ...
ତୁମେ ବିଦ୍ଵାନ ଆଉ ମହାନ
ସହଜରେ ସ୍ଥିର କରିଥାଅ
ପାପ ପୂଣ୍ୟର ଦୁଇଟି ପଥ
କର୍ମର ପ୍ରତିଦାନ ସ୍ୱରୂପ
ନଥାଏ ପ୍ରତିବାଦର ଚିହ୍ନ ତୁମ ବିପକ୍ଷରେ
ତୁମେ ସତ୍ୟ ନ୍ୟାୟର ନ୍ୟାୟାଧୀଶ
ଏହି ଅନନ୍ତ ସୃଷ୍ଟିର... ॥


Readers Count

ହୃଦୟର କବିତା

କଥା ଓ କାହାଣୀ

ଭ୍ରମଣ ଓ ଅନୁଭୂତି