Header Ads

Wednesday, May 9, 2018

ମୋ ମାତୃଭାଷା

ତୁମେ ମୋ ଅନୁଭବର ନିର୍ଯ୍ୟାସ
ତୁମେ ମୋ ଜୀବନର ପରିପ୍ରକାଶ
ତୁମେ ମୋ ମନ ମନ୍ଦିରର ପୂଜାରିଣୀ
ତୁମେ ହିଁ ମୋ ଅକୁହା ମନର କାହାଣୀ

ତୁମେ ମୋ ଜୀବନର ଆବେଗ
ତୁମେ ମୋ ସୁନେଲି ସପନର ଭାଗ
ତୁମେ ମୋ ପ୍ରେମର ସ୍ମୃତିଲିପି
ତୁମେ ହିଁ ମୋ କର୍ମନିଷ୍ଠାର ଶ୍ରେଷ୍ଠ କୀର୍ତ୍ତି

ତୁମେ ମୋ ଭାଷାର ପରିଭାଷା
ତୁମେ ମୋ ଭଲପାଇବାର ନିଶା
ତୁମେ ମୋ ଛାୟାର ଆଲୋକ
ତୁମେ ହିଁ ମୋ ଆତ୍ମାର ଅଭିଲେଖ

ତୁମେ ମୋ ପ୍ରୀତିର ଆଲିଙ୍ଗନ
ତୁମେ ମୋ ସୃଷ୍ଟିର ମାନସ ସନ୍ତାନ
ତୁମେ ମୋ ଜୀବନର ସତ୍ୟ ଓ ସନ୍ଧାନ
ତୁମେ ହିଁ ମୋ ପ୍ରତି ମୁହୁର୍ତ୍ତର ସ୍ପନ୍ଦନ

ତୁମେ ମୋ ଲେଖନୀର ଧାରା
ତୁମେ ମୋ ସଙ୍ଗୀତର ମୂର୍ଚ୍ଛନା
ତୁମେ ମୋ ପ୍ରତୀକ୍ଷାର ଅବସାନ
ତୁମେ ହିଁ ମୋ ପ୍ରଶଂସାର ଜୟଗାନ

Readers Count

ହୃଦୟର କବିତା

କଥା ଓ କାହାଣୀ

ଭ୍ରମଣ ଓ ଅନୁଭୂତି