Header Ads

Saturday, May 12, 2018

ସମ୍ବର୍ଦ୍ଧନା

ସେଦିନ ମୁଁ ଆସିଥିଲି
ଶୂନ୍ୟ ହସ୍ତ ହୋଇ
ଏନ୍ତୁଡିଶାଳର ମିଞ୍ଜି ମିଞ୍ଜି ଆଲୋକରେ
ହୋଇଥିଲା ମୋର ସ୍ଵାଗତ ସମ୍ବର୍ଦ୍ଧନା...
କେତେ ଆଦର ଅଭ୍ୟର୍ଥନା...
ଅନୁଭବ ହେଉଥିଲା
କେଡେ ସୁନ୍ଦର ଏ ପୃଥିବୀ,
କେଡେ ସୁନ୍ଦର ଏ ପୃଥିବୀର ମଣିଷ ମାନେ,
ସତେ ଯେମିତି ମୁଁ ଏଠାର ସ୍ଥାୟୀ ବାସିନ୍ଦା... ॥

ହେଲେ କାଲି ମୁଁ ଫେରି ଯିବି
ସତ୍ୟର ପଥିକ ସାଜି
ମଶାଣି ମଇଦାନର ଜୁଇ ଆଲୋକରେ
ପାଳନ ହେବ ମୋର ବିଦାୟ ସମ୍ବର୍ଦ୍ଧନା...
ଶୁଭୁଥିବ ରାମନାମ ହରିନାମ ସତ୍ୟ ଧ୍ୱନି...
ସମୀକ୍ଷା ହେଉଥିବ
ମୋ କୃତ କର୍ମଫଳ ଗୁଡିକ
ମୋ ହାତରେ ନଥିବ ସମୟ ଅବା ସୁଯୋଗ
ସୁଧାରିବାକୁ ମୋ କୁକର୍ମର ମୂହୁର୍ତ୍ତ ମାନଙ୍କୁ... ॥

Readers Count

ହୃଦୟର କବିତା

କଥା ଓ କାହାଣୀ

ଭ୍ରମଣ ଓ ଅନୁଭୂତି