ବ୍ରାହ୍ମଣଡିହ ଗାଁ ର ମାଟିପାତ୍ର - ଏକ ପ୍ରାମାଣିକ ଦୃଶ୍ୟ

ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ଅଧୀନରେ ଏହି ଗ୍ରାମଟି ଅବସ୍ଥିତ । ଏହି ଗାଁ ର ଅଧିକାଂଶ ଅଧିବାସୀ କୁମ୍ଭାର ସଂପ୍ରଦାଯର । ମାଟିପାତ୍ର ନିର୍ମାଣର କଳାରେ ଏମାନେ ଖୁବ ନିପୁଣ । ଏହି ଶିଳ୍ପ କଳା ଅନେକଙ୍କର ଜୀବିକାର ମୁଖ୍ୟ ମାଧ୍ୟମ । ଆଞ୍ଚଳିକ ବଜାରରେ ଏଠାର ମାଟି ନିର୍ମିତ୍ତ ବସ୍ତୁ ଗୁଡିକର ଚାହିଦା ଖୁବ ବେଶୀ । ଏହାର ନିର୍ମାଣ ଶୈଳୀ ଖୁବ ଚିତାକର୍ଷକ ଏବଂ ସମୟ ସାପେକ୍ଷ । ଏଥିପାଇଁ ଏକ ସ୍ଵତନ୍ତ୍ର ମାଟିର ଆବଶ୍ୟକତା ପଡିଥାଏ । ନିକଟସ୍ଥ ବାଣପୁର ଅଞ୍ଚଳରୁ ଏହି ମାଟି ସଂଗ୍ରହ ହୁଏ ଏବଂ ଖୁବ ସତର୍କତାର ସହିତ ଏକ ଗୋଲେଇ ଚକ୍ର (କୁମ୍ଭାର ଚକ୍ର) ସାହାଯ୍ୟରେ ପ୍ରସ୍ତୁତ ଓଦା ମାଟିରେ ବିଭିନ୍ନ ଘରକରଣା ପାତ୍ର ଏବଂ ଖେଳଣା ଇତ୍ୟାଦି ନିର୍ମାଣ କରାଯାଇଥାଏ । ଏହି ନିପୁଣ କଳା କାରିଗରୀ ସେମାନଙ୍କୁ ଏକ ଶିଳ୍ପୀର ମାନ୍ୟତା ଦେବା ସହ ପେଟ ପୋଷିବାରେ ସହାୟକ ହୋଇ ପାରୁଛି । ସେଠାରେ ଏହାର ପ୍ରସ୍ତୁତି ଦେଖିବା ନିମନ୍ତେ ମତେ ଏକ ସୁଯୋଗ ମିଳିଥିଲା । ଦୀର୍ଘ ସମୟ ଧରି ସେଠାରେ ସେମାନଙ୍କର ଶିଳ୍ପୀ ଚାତୁରୀ ଦେଖିବା ସହ ମୁଁ ମୋ କ୍ୟାମେରା ମାଧ୍ୟମରେ କିଛି ଚିତ୍ର ଉତ୍ତୋଳନ କରିବାର ସୁଯୋଗ ପାଇଥିଲି । ସେଇ କ୍ୟାମେରା ଚିତ୍ର ଗୁଡିକର ସମାହାରରେ ଏହି ପ୍ରାମାଣିକ ଦୃଶ୍ୟଟିକୁ ଉପସ୍ଥାପିତ କରାଯାଇଛି ।

Post a Comment

0 Comments