ମୋ ପ୍ରିୟ ଗାଆଁ


ଚିଲିକା କୂଳର ତଟଦେଶରେ ମୋ
ପ୍ରିୟ ଗାଆଁ ଜନ୍ମମାଟି
ପକ୍ଷୀ ମାନଙ୍କର କାନନ ବିହାର
ଅଟେ ମୋ ଗାଆଁ ର ଛାତି ॥ 
ଭୂଗୋଳ ପୋଥିରେ ଦେଶ ବିଦେଶରେ
ଖ୍ୟାତ ଏହି ମୋର ଗାଆଁ
ଖୋରଧା ଜିଲ୍ଲାର ଟାଙ୍ଗୀ ସମିତିରେ
ମଙ୍ଗଳାଯୋଡି ତା ନାଆଁ ॥
ଶୀତ ପଡିଗଲେ ଦେଶ ବିଦେଶରୁ
ପକ୍ଷୀ ସମାଗମ ଏଠି 
ସ୍ଵର୍ଗ ତୁଲ୍ୟ ତାଙ୍କୁ ଲାଗେ ମୋର ଗାଆଁ
ସେ ଆମ ପ୍ରିୟ ଅତିଥି ॥
ବହୁ ପର୍ଯ୍ୟଟକ ଆସନ୍ତି ଏଠାକୁ 
ପକ୍ଷୀ ମେଳା ଦେଖିବାକୁ 
ଛାଡି ଯା’ନ୍ତି ସ୍ମୃତି କେତେ ଭାବ ପ୍ରୀତି 
ଇଚ୍ଛା ପୁଣି ଆସିବାକୁ ॥ 
ଏଇ ମୋ ଗାଆଁ ର ଅଟେ ପରିଚୟ 
କିଏ ବା ନଜାଣେ ତାକୁ 
ମରାଳ ମାଳିନୀ ନୀଳାମ୍ବୁ ଚିଲିକା 
ଅଟେ ମୋ ଗାଆଁ ର ବୁକୁ ॥

Post a Comment

0 Comments