କ୍ଳାନ୍ତ ପଥିକ



  କ୍ଳାନ୍ତ ପଥିକ ମୁଁ ଜୀବନ ପଥର
  ଚାଲିପାରେ ନାହିଁ ପଥ,
  ମୃଗତୃଷ୍ଣା ପଛେ ଧାଇଁବା ହିଁ ସାର
  ମରେ ନାହିଁ ମୋର ଶୋଷ



 ଜୀବନ ତରୁର ନବ ପଲ୍ଲବକୁ
 କାହିଁ ବା କରିବି ଆଶା,
 ହତାଶାର ବହ୍ନି ଆଶାର ଆକାଶେ
 ଜାଳଇ ଅଗ୍ନିର ଶିଖା



 ଡିମିରି ଫୁଲର ବାସ୍ନାକୁ ଖୋଜିବା
 ସିନା ବୃଥା ଅବକାଶ,
 ବିନା ବସନ୍ତରେ ମଳୟ ଛୁଇଁବା
 ଅଟଇ ଯେ ଉପହାସ ॥ 


Post a Comment

0 Comments