ଶ୍ରୀଜଗନ୍ନାଥ ଅମୃତବାଣୀ

ଜଗନ୍ନାଥ ଯେ ଚାରିଧାମ । ସବୁଠୁ ଶ୍ରେଷ୍ଠ ପୁରୀ ଧାମ ॥
ବସିଛ ନୀଳକନ୍ଦରରେ । ଶୋଭା ଯେ ବଢଇ ବିଶ୍ଵରେ ॥
ବଡଦେଉଳ ଶ୍ରୀମନ୍ଦିର । ତାମଧ୍ୟେ ବିଜେ ପ୍ରଭୁ ମୋର ॥
ପ୍ରସାଦ ଅଟେ ସେ ଅମୃତ । ମହାପ୍ରସାଦ ନାମେ ଖ୍ୟାତ ॥
ବାରମାସରେ ତେର ଯାତ୍ରା । ରଚନ୍ତି ହୋଇଣ ସେ କର୍ତ୍ତା ॥
ବଡଯାତ ଯେ ରଥଯାତ । ଆଷାଢ ହେଲେ ଉପନୀତ ॥
ବିଜେ ହୋଇଣ ନନ୍ଦିଘୋଷେ । ଯାଆନ୍ତି ମାଉସୀର ପାଶେ ॥
ପୋଡପିଠାରେ ମନ ତାଙ୍କ । ମାଉସୀ ହାତୁ ଖାଇ ରଙ୍କ ॥
ପବଖାଣୁଥିଲେ ସରିବନି । ଅମୃତ ଜଗନ୍ନାଥ ବାଣୀ ॥



Post a Comment

0 Comments