ସପନ ସାଜିଛି ଆଜି

ସ୍ମୃତି ସମାଧିରେ କବର ନେଲାଣି
ସେକାଳର ଆତ୍ମୀୟତା
ହଜିତ ଗଲାଣି ଭାଗବତ ଟୁଙ୍ଗୀ
ଲିଭିଛି ରୂଖା ସଳିତା ॥

ସ୍ମୃତି ଉପବନେ ସାଉଁଟେ ମୁଁ ଆଜି
ଓଷା ପୂନେଇଁର ବାସ୍ନା
ଗାଆଁ ଦାଣ୍ଡର ସେ ଭିଜା ମାଟି ଗନ୍ଧ
ଖୋଜିଲେ ଆଜି ମିଳେନା ॥

ଶୀତ ସକାଳର ଶୀତୁଆ ସପନ
ପୂନେଇଁ ରାତିର ଜହ୍ନ
ହଜିତ ଗଲାଣି ଜୀବନ ଗତିରେ
ଫେରିବ କି ସେହି ଦିନ ??

ନାହିଁ ଆଉ ଢିଙ୍କି ଘୋରଣା ବା ଚକି
ସବୁତ ଯାଇଛି ହଜି
ପୂନିଅଁ ପରବ ଯେତେ ପିଠାପଣା
ସାଜିଛି ସପନ ଆଜି ॥

ଖୋଜେ ନଈପଠା ଖୋଜେ ଆମ୍ବତୋଟା
ଖୋଜେ ବିଲ ବଣ ବୁଦା
ଯେତେ ଖୋଜିଲେବି ମିଳେନା କେଉଁଠି
ସେଦିନର ମନ କଥା ॥

Share: