ଭୁଲ ବୁଝିବେନି ଆଜ୍ଞା

ଗାନ୍ଧୀ ଦେଖିଥିଲେ ରାମରାଜ୍ୟ ସ୍ଵପ୍ନ
ବିତିଗଲା ଯୁଗ ଯୁଗ
ଅନ୍ୟାୟ ଅନୀତି ବଢି ବଢି ଚାଲେ
ନେତାଙ୍କର ରାଜଭୋଗ ॥

ଟଙ୍କି ଚାଉଳରେ ଭୋଅଟ କିଣନ୍ତି
ଚାଷୀକୁ କରି ଅକର୍ମା
ଆମେ ସ୍ଵାବଲମ୍ବୀ ଡିଣ୍ଡିମ ପିଟନ୍ତି
ବହୁତ କରିତକର୍ମା ॥

ଗରିବ ମଜୁରୀ ମଦଭାଟି ଯାଏ
ଟଙ୍କା ହେବ ଆଉ କିସ
ଗଳିରେ ଗଳିରେ ମଦ କାଉଁଟର
ମଦୁଆ'ର କିବା ଦୋଷ ॥

ପାଞ୍ଚ ବରଷକୁ ଠିକା ନେଇଛନ୍ତି
କରିବାକୁ ରାଜନୀତି
ଗାନ୍ଧୀଙ୍କ ସ୍ଵପ୍ନରୁ କଅଣ ମିଳିବ
ଆପେ ଯେ ବଞ୍ଚିଲେ ମୁକ୍ତି ॥

Share: