ଅଢେଇ ଦିନର ଏ ଜୀବନ

ଜନମିଛି ଦିନେ ମରିବି ମୁଁ ଦିନେ
ଧ୍ରୁବ ସତ୍ୟ ଯେ ଅଟଇ,
ଅଢେଇ ଦିନକୁ ଜୀବନ ମୋହର
କିମ୍ପା କରିବି ବଡେଇ ॥୧॥

ଏନ୍ତୁଡିଶାଳରେ ସ୍ଵାଗତ ମୋହର
ମଶାଣୀରେ ହେବି ବିଦା,
ପ୍ରିୟ ପରିଜନ ଦି ଦିନ କାନ୍ଦିବେ
ମାଆ କାନ୍ଦୁଥିବ ସଦା ॥୨॥

ସାଙ୍ଗେ ମୋର କେହି ନଯିବେ ସେପାରି
ଏକା ହିଁ ଯିବାକୁ ହେବ,
କିଛି ନେବି ନାହିଁ ଛାଡିଯିବି ଖାଲି
ମାନ ଯଶ କୀର୍ତ୍ତି ଲାଭ ॥୩॥

ଏ ଜୀବନ ଯଦି କ୍ଷଣିକ ମାତର
କିମ୍ପା କରିବି ମୁଁ ଲୋଭ,
ହରିନାମ ଏକା ଅମୂଲ୍ୟ ସମ୍ପଦ
ଏକାଗ୍ର ଚିତ୍ତରେ ଭାବ ॥୪॥

Post a Comment

0 Comments