ଅପେକ୍ଷା

ଜହ୍ନକୁ ଦେଖିଲେ ମନେପଡେ ପ୍ରିୟା
କାହିଁ କେତେଦୂରେ ଅଛି 
ହାତ ଠାରି ଡାକେ ଦୂରେ ଥାଇ ସେତ 
ପ୍ରୀତି ପାଲିଙ୍କିରେ ବସି ॥ 
କୃଷ୍ଣା କବରୀରେ ଶୋଇଛି ଆଜି ସେ 
ମାୟା ମୃଗଶିରା ସାଜି 
ଖୋଜୁଛି ମୁଁ କେତେ ହୃଦ ଇଲାକାରେ 
ପାଏନା ମୁଁ ତାକୁ ଆଜି ॥
ଆରଜନମକୁ କରିଛି ଅପେକ୍ଷା 
ଏ ଜୀବନ ପଥ ଧାରେ  
କଥା ଦେଇଛି ସେ ଫେରିବାକୁ ମତେ 
ଦିନେ ଏଇ ହୃଦୟରେ ॥

Post a Comment

0 Comments