ଭୁଲ ବୁଝିବେନି ଆଜ୍ଞା

ଗାନ୍ଧୀ ଦେଖିଥିଲେ ରାମରାଜ୍ୟ ସ୍ଵପ୍ନ
ବିତିଗଲା ଯୁଗ ଯୁଗ
ଅନ୍ୟାୟ ଅନୀତି ବଢି ବଢି ଚାଲେ
ନେତାଙ୍କର ରାଜଭୋଗ ॥୧॥

ଟଙ୍କି ଚାଉଳରେ ଭୋଅଟ କିଣନ୍ତି
ଚାଷୀକୁ କରି ଅକର୍ମା
ଆମେ ସ୍ଵାବଲମ୍ବୀ ଡିଣ୍ଡିମ ପିଟନ୍ତି
ବହୁତ କରିତକର୍ମା ॥୨॥

ଗରିବ ମଜୁରୀ ମଦଭାଟି ଯାଏ
ଟଙ୍କା ହେବ ଆଉ କିସ
ଗଳିରେ ଗଳିରେ ମଦ କାଉଣ୍ଟର
ମଦୁଆ'ର କିବା ଦୋଷ ॥୩॥

ପାଞ୍ଚ ବରଷକୁ ନେଇଛନ୍ତି ଠିକା
କରିବାକୁ ରାଜନୀତି
ଗାନ୍ଧୀଙ୍କ ସ୍ଵପ୍ନରୁ କଅଣ ମିଳିବ
ଆପେ ବଞ୍ଚିଲେ ମୁକ୍ତି ॥୪॥

Post a Comment

0 Comments