ଆମ ଚଷାଭାଇ

ସନ୍ଧ୍ୟା ଆଗମନେ ପକ୍ଷୀ ଫେରେ ନୀଡେ
ଚଷାଭାଇ ଫେରେ ଘରେ,
ପେଟ ପାଇଁ ସିଏ ତେଲ ଲୁଣ ଥୋଇ
ଯାଏ ଭାଗବତ ଘରେ ॥୧॥

ଧର୍ମର ବାଣୀରେ ହଜିଯାଏ ସିଏ 
ଭୁଲେ ସବୁ ଦୁଃଖ କ୍ଳାନ୍ତି,
ପୁଅ ଝିଅ ମେଳେ ସଂସାର ଜଞ୍ଜାଳେ
ପାଏ ସେ ଅଶେଷ ଶାନ୍ତି ॥୨॥

ବୁଝେ ନାହିଁ ସିଏ ବଡ ବଡିଆଙ୍କ
ସ୍ଵପ୍ନିଳ ଶେଯର କଥା,
କୁଟି ଖାଇ କାଟି ପିନ୍ଧିବା ଶିଖିଛି
କରି ଉନ୍ନତ୍ତ ତା ମଥା ॥୩॥

କୋଟିଏ ପେଟର ଭୋକ ମେଣ୍ଟାଇବା 
ଅଟେ ତା ଜୀବନ ବ୍ରତ, 
ନିଜ ପେଟ ପାଇଁ କରେନାହିଁ ଚିନ୍ତା
ଭୋକିଲା ରହେ ତା ପେଟ ॥୪॥

Share: