ବାସ୍ତବତାର ଗୁରୁମନ୍ତ୍ର

ଉଙ୍କି ମାରୁଥିବା ପୁଞ୍ଜିଭୁତ ସ୍ଵପ୍ନ ଗୁଡାକ ସବୁ
ମଉଳାଫୁଲର ପାଖୁଡା ଭଳି ଝଡି ଯାଉଛନ୍ତି
ସମୟର କାଳ ବୈଶାଖୀରେ,
ସବୁ ଯେମିତି ଚୁରମାର ଆଉ ଧୂଳିସାତ,
ପଙ୍ଗୁ ପାଲଟି ଯାଇଥିବା
ସୁନେଲି ଭବିଷ୍ୟତର ଆକାଂକ୍ଷିତ ଦିନ ମାନ ସବୁ
ଯେମିତ ପକ୍ଷାଘାତ ରୋଗରେ ପୀଡିତ
ସତେକି ଏ ଭାଗ୍ୟର ବିଡମ୍ବନା !
ଅବା ବିଧିର ବିଧାନ !!

ହେଲେ ଏଇତ ଜୀବନ !
ଯେମିତି ହେଲେ ଜୀଇଁବାକୁ ହେବ...
ପୁଣି ଚାଲିବାକୁ ହେବ ସୁଦୀର୍ଘ ରାସ୍ତା ମାନଙ୍କୁ...
ମୃତ୍ୟୁର ଅନୁଭବକୁ ଦିନେ ନା ଦିନେ
ଆପଣେଇ ନେଉଥିବା
ଜୀବନର ସତ୍ୟ ଓ ଭବିଷ୍ୟତ...
ସ୍ଵପ୍ନର ବାସ୍ତବତାକୁ ଖୋଜିବା ହିଁ ଅପଚେଷ୍ଟା,
“କାମନାର ବିନାଶରେ ଦୁଃଖର ବିନାଶ”
ଏହାହିଁ ବାସ୍ତବତାର ଗୁରୁମନ୍ତ୍ର ।

Post a Comment

0 Comments