ସମ୍ବର୍ଦ୍ଧନା

ସେଦିନ ମୁଁ ଆସିଥିଲି
ଶୂନ୍ୟ ହସ୍ତ ହୋଇ
ଏନ୍ତୁଡିଶାଳର ମିଞ୍ଜି ମିଞ୍ଜି ଆଲୋକରେ
ହୋଇଥିଲା ମୋର ସ୍ଵାଗତ ସମ୍ବର୍ଦ୍ଧନା...
କେତେ ଆଦର ଅଭ୍ୟର୍ଥନା...
ଅନୁଭବ ହେଉଥିଲା
କେଡେ ସୁନ୍ଦର ଏ ପୃଥିବୀ,
କେଡେ ସୁନ୍ଦର ଏ ପୃଥିବୀର ମଣିଷ ମାନେ,
ସତେ ଯେମିତି ମୁଁ ଏଠାର ସ୍ଥାୟୀ ବାସିନ୍ଦା... ॥

ହେଲେ କାଲି ମୁଁ ଫେରି ଯିବି
ସତ୍ୟର ପଥିକ ସାଜି
ମଶାଣି ମଇଦାନର ଜୁଇ ଆଲୋକରେ
ଆୟୋଜନ ହେବ ମୋ ପାଇଁ ବିଦାୟ ସମ୍ବର୍ଦ୍ଧନା...
ଶୁଭୁଥିବ ରାମନାମ ହରିନାମ ସତ୍ୟ ଧ୍ୱନି...
ସମୀକ୍ଷା ଚାଲିଥିବ
ମୋ କୃତ କର୍ମଫଳ ଗୁଡିକର
ମୋ ହାତରେ ନଥିବ କିନ୍ତୁ ସମୟ ଅବା ସୁଯୋଗ
ସୁଧାରିବାକୁ ମୋ କୁକର୍ମର ମୂହୁର୍ତ୍ତ ମାନଙ୍କୁ... ॥

Post a Comment

0 Comments