ମୋ ଓଡିଶା

ଅଟେ ମୁଁ ଓଡିଆ ଭାଷା ମୋ ଓଡିଆ
ଓଡିଶା ଭୁଇଁ ରେ ଘର
ଜଗନ୍ନାଥ ମୋର ଆରାଧ୍ୟ ଦେବତା
ଓଡିଶା ମୋ ସ୍ଵର୍ଗପୁର

ପ୍ରଥା ପରମ୍ପରା ଓଡିଶା ମାଟିର
କାନେ କହିଯାଏ ମୋର
ବିରଳ ସଂସ୍କୃତି ନାହିଁ ପଟାନ୍ତର
ଇତିହାସେ ଲେଖା ତା'ର

କୋଣାରକ ଗାଏ ଶିଳ୍ପୀର ସଙ୍ଗୀତ
ସତେକି ଅମର କୀର୍ତ୍ତି
କାନେ କହିଯାଏ ବୀରତ୍ଵର ଗାଥା
ଖୋରଧାର ଲାଲ ମାଟି

ସେଇ ମୁକସାକ୍ଷୀ ଧଉଳି ପାହାଡ
ପ୍ରୀତିର ମଉନାବତୀ
ଜୟ କରି ନେଲା ରାଜାର ହୃଦୟ
କେଉଁ ପ୍ରେମ ମନ୍ତ୍ର ଫୁଙ୍କି

Share: