ଛଳନା

ପାନ୍ଥଶାଳାର କାନ୍ଥରେ
ଆଜି ବି ମୁଁ ଖୋଜିପାଏ
ତୁମ ସ୍ମୃତିର ଇସ୍ତାହାରକୁ
ପୁଣି ବାରମ୍ବାର ଦୋହରେଇ ଚାଲେ
ତୁମ ପ୍ରଶ୍ନର ଉତ୍ତରକୁ ॥

ସେଇ ଭଗ୍ନ ଶିଳାଲେଖାରୁ
ଆଜି ବି ମୁଁ ପଢିପାରେ
ଆମ ସମ୍ପର୍କର ଦସ୍ତାବିଜକୁ
ପୁଣି ବାରମ୍ବାର ପ୍ରଶ୍ନକରି ଚାଲେ
ତୁମ ଅସଂଯତ ବିବେକକୁ ॥

ପ୍ରତିଶ୍ରୁତିର ବହ୍ନିରେ ଜଳି ଜଳି
ଆଜି ବି ମୋ ଆଖି ଲୁହରେ
ଧୋଇ ଯାଆନ୍ତି ଅସରନ୍ତି ସ୍ଵପ୍ନ ଗୁଡାକ
ପୁଣି ବାରମ୍ବାର ଉପହାସ କରନ୍ତି
ଯେମିତି ମୁଁ ଖୁବ ଅନାଦୃତ ॥

ସବୁକିଛି ଉଜୁଡି ଗଲାପରେ
ଆଜି ବି ମୁଁ ଦେଖିପାରେ
ଅତୀତର ସେଇ ସ୍ଵପ୍ନିଳ ମୂହୁର୍ତ୍ତ
ହେଲେ, ବାରମ୍ବାର ଦଂଶିତ ହୁଏ ମୁଁ
ଆଉ ପାଲଟିଯାଏ ଜୀବନ୍ତରୁ ମୃତ ॥


Post a Comment

0 Comments