କକ୍ଷଚ୍ୟୁତ ମଣିଷ


ରାମନାମ ସତ୍ୟ ହେ
ହରିନାମ ସତ୍ୟ ହେ
ଚିରନ୍ତନୀ ସତ୍ୟର ସ୍ଵର,
ଶୁଭୁଥାଏ ନେପଥ୍ୟରୁ
ଅନ୍ତିମ ଶଯ୍ୟାରେ ଜୀବନର

କେତେ ଭଲ କରିଛି
କେତେ ଭେଲ କରିଛି
ସବୁର ହିସାବ ଖୋଲାଯାଏ
ତର୍ଜମା ବି ଚାଲିଥାଏ
ପବିତ୍ର ଶ୍ମଶାନ ଘାଟରେ

ଭଲ କଣ ଖରାପ କଣ
ସବୁକିଛି ବୁଝିଯାଏ ପାଖ ମଣିଷଟି
ସତେକି ସୁଧାରି ନିଏ ନିଜକୁ
ଯେମିତି ବୁଝିଯାଏ ଜୀବନକୁ
ହେଲେ, ସବୁ ଭୁଲିଯାଏ ଫେରିଗଲା ପରେ ଘରକୁ

ଜୀବନକୁ ବୁଝି ଅବୁଝା ହୋଇଯାଏ
ସବୁ ଜାଣି ପୁଣି ଅଜଣା ପାଲଟିଯାଏ
କରିଚାଲେ ପାପରୁ ମହାପାପ
କାମ କ୍ରୋଧ ମୋହରେ ହୋଇଯାଏ ଜର୍ଜରିତ
ଆଉ ଜୀବନର ଦର୍ଶନରୁ ହୁଏ କକ୍ଷଚ୍ୟୁତ

Share: