ଲେପାକ୍ସିର ଝୁଲନ୍ତା ଖମ୍ବ – ବିରଳ ଓ ରହସ୍ୟମୟ କୀର୍ତ୍ତି


ଆନ୍ଧ୍ରପ୍ରଦେଶର ଲେପାକ୍ସି ଗାଆଁରେ ଥିବା ଶିବ ମନ୍ଦିର ଏକ ବିରଳ ଐତିହାସିକ କୀର୍ତ୍ତି । ଏହି ସ୍ଥାନର ସବୁଠାରୁ ରହସ୍ୟଜନକ ନିର୍ମାଣ ହେଉଛି, ଏଠାରେ ଥିବା ୭୦ ଗୋଟି ପ୍ରସ୍ତର ଖମ୍ବ ମଧ୍ୟରୁ ଗୋଟିଏ ଖମ୍ବ (Pillar) ଶୁନ୍ୟରେ ଝୁଲି ରହିଛି । ଏହି ଖମ୍ବର କୌଣସି ପାର୍ଶ୍ଵ କେଉଁ ସ୍ଥାନରେ କିମ୍ବା ଭୂମିକୁ ସ୍ପର୍ଶ ନକରି ଝୁଲି ରହିଛି । ଏହାର ନିର୍ମାଣ ଶୈଳୀ କିଭଳି ହୋଇଛି ତାହା ଖୁବ ଆଶ୍ଚର୍ଯ୍ୟ ଓ ରହସ୍ୟମୟ ଅଟେ । ଲୋକ ମାନଙ୍କର ବିଶ୍ଵାସ ଯେ, ଏହି ନିର୍ମାଣର ରହସ୍ୟ ପଛରେ କିଛି ସ୍ଵତନ୍ତ୍ର କୌଶଳର ଉପଯୋଗ ହୋଇଛି, ଯେଉଁ ଶକ୍ତି କୌଶଳ ସେତେବେଳର ଲୋକମାନଙ୍କ ନିକଟରେ ଥିଲା । ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ ଏହି ଗାଆଁ ଅବସ୍ଥିତ ।
Share: