ଚୁମ୍ବକ ପାହାଡ – ଏକ ଭୌଗଳିକ ରହସ୍ୟ


ସମୁଦ୍ର ପତନଠାରୁ ଏଗାର ହଜାର ଫୁଟ ଉଚ୍ଚତାରେ ଅବସ୍ଥିତ ଲାଦାଖ ର ପାର୍ବତ୍ୟ ଅଞ୍ଚଳରେ ଅବସ୍ଥିତ ଚୁମ୍ବକ ପାହାଡ ହେଉଛି ଏକ ପୃଥିବୀର ବିରଳ ଭୌଗଳିକ ଆକର୍ଷଣ । ଏଠାର ରହସ୍ୟମୟ ଅନୁଭୂତି ନିଶ୍ଚୟ ଏକ ଭୌଗଳିକ କାରଣ ହୋଇପାରେ । ଏହି ପାହାଡିଆ ରାସ୍ତାରେ ଉପରକୁ କାର ଚଳାଇ ଗଲାବେଳେ ଏହା ଆପେ ଆପେ ଚାଲିଥାଏ । ଏପରିକି କାର ର ଷ୍ଟାର୍ଟ ବନ୍ଦ କଲେବି କାର ଟି ଆପେ ଆପେ ପାହାଡର ଉର୍ଦ୍ଧକୁ ଆକର୍ଷିତ ହୋଇ ଗତି କରିଥାଏ । କୌଣସି ଭୌଗଳିକ କାରଣରୁ ଏହି ରହସ୍ୟମୟ ଘଟଣା ଘଟିଥାଏ । ଲାଦାଖ ର ଲେହ ଅଞ୍ଚଳରେ ଏହି ଚୁମ୍ବକ ପାହାଡ ରହିଅଛି ।
Share: