ପୃଥିବୀ ଆକାଶରେ ଅଜଣା ଯାନ


ସାରା ବିଶ୍ଵରେ ପ୍ରଥମେ ପ୍ରଥମେ ଚହଳ ପଡିଯାଇଥିଲା, ଏକ ଗୋଲାକାର ଥାଳିଆ ଯାନ (a flying object in circular shape) ଯେଉଁଦିନ ପ୍ରଥମ କରି ପୃଥିବୀ ଆକାଶରେ ଦେଖାଦେଲା । ୧୮୭୮ ମସିହାରେ ଆମେରିକାର ଟେକ୍ସାସ ଅଞ୍ଚଳରେ ଜଣେ କୃଷକ ନିଜ ଜମିରେ କାମ କରୁଥିବା ସମୟରେ ଏହି ଅଦ୍ଭୁତ ଯାନଟି ଆକାମାର୍ଗରେ ଖୁବ ଦ୍ରୁତଗତିରେ ଉଡୁଥିବାର ଦେଖିବାକୁ ପାଇଥିଲେ । ଏହି ଯାନଟି ଦେଖିବାକୁ ଏକ ବୃହଦାକାୟ ଗୋଲାକାର ଥାଳିଆ ଆକୃତ୍ତିର ଏବଂ ରଙ୍ଗ କଳା ଥିଲା  । କୃଷକ ଜଣଙ୍କ ଭୟଭୀତ ହୋଇ ଅନ୍ୟମାନଙ୍କୁ ଏଇ ସମ୍ବନ୍ଧରେ ସୂଚନା ଦେଇଥିଲେ । ଯାନଟି ଖୁବ ଦ୍ରୁତଗତିରେ ନିମିଷକ ମଧ୍ୟରେ କେଉଁଆଡେ ଉଭାନ ହୋଇଯାଇଥିଲା । ଏବଂ ଘଟଣାଟି ବି ରହସ୍ୟ ଘେରରେ ରହିଗଲା । ବୈଜ୍ଞାନିକ ଅନୁଶୀଳନରୁ ଅନୁମାନ କରାଗଲା, ଏହା ହୁଏତ ଏଲିୟନ (ଅଜଣା ଗ୍ରହର ବାସିନ୍ଦା) ମାନଙ୍କ ପୃଥିବୀକୁ ଆଗମନ ହୋଇପାରେ । ଏହି ଘଟଣାର ୭୦ ବର୍ଷ ବ୍ୟବଧାନ ପରେ ଏହି ଘଟଣାର ପୁନରାବୃତ୍ତି ଘଟିଲା । ୧୯୫୦ ମସିହାରେ ପୃଥିବୀ ଆକାଶରେ ଅନେକ ପରିମାଣରେ ବହୁବାର ଏହି ଭଳି ଅଜଣା ଯାନ (UFO) ଆକାଶରେ ଘୁରି ବୁଲୁଥିବାର ଦେଖିବାକୁ ମିଳିଥିଲା । କେହି କେହି ଏହାକୁ ମଣିଷକୃତ ରଣତାଣ୍ଡବ ହୋଇପାରେ ବୋଲି ମତବ୍ୟକ୍ତ କରିଥିଲେ । କିନ୍ତୁ କୌଣସି ସଠିକ ପ୍ରମାଣ ଏହି ସମ୍ଭାବନାକୁ ଏଡେଇବା ନିମନ୍ତେ ମିଳିପାରିନଥିଲା । ଯାହାକି ଆଜି ସୁଦ୍ଧା ରହସ୍ୟଘେରରେ ରହିଅଛି । 

Share: