ଅସ୍ପଷ୍ଟ


ପ୍ରଶ୍ନ କରୁଛି ମୁଁ ନିଜେ ନିଜକୁ
କାହିଁକି ମୁଁ ପାଦ ଥାପିଛି
ଏ ଦୁନିଆଁ ବୁକୁରେ
କେମିତି ଆପଣେଇଛି
ଅନିଶ୍ଚିତ ମୁହୂର୍ତ୍ତକୁ.. ନାଁ ତା'ର ଜୀବନ
ଜାଣି ସୁଧା ଅବଶ୍ୟମ୍ଭାବୀ ସତ୍ୟକୁ
କରିଚାଲିଛି ସ୍ଵାର୍ଥର ସାଧନ ॥

ଜୀବନ ଯେ ପାନ୍ଥଶାଳାର ରାତିଟିଏ
ସକାଳ ଆସିବା ପୂର୍ବରୁ
ପାଶୋରୀ ଦିଏ ସବୁ ଠିକଣା
କେମିତି ପାରୁନି ମୁଁ ବୁଝି.. ଏ ମିଥ୍ୟା ପ୍ରବଞ୍ଚନା
ଶୁଣି ସୁଧା ମହାକାଳର ଡାକରାକୁ
ପାଲଟିଛି ରାତିର ବାରଙ୍ଗନା ॥

ପୁଣି, ମଶାଣିର ଜୁଇ ଆଲୋକରେ
ଦେଖୁଛି ମୋ ପରଳ ଆଖିରେ
ଅସ୍ପଷ୍ଟ ହେଲେବି,
ବାରି ହୋଇପଡୁଛି.. ଜୀବନର ସତ୍ୟ
ଆଉ ମହାକାଳର ତୁର୍ଯ୍ୟନାଦରେ
ଶୁଭୁଛି ହରିନାମ ସତ୍ୟ ରାମନାମ ସତ୍ୟ ॥

Post a Comment