Sponsor

header ads

ଜୀବନ


ଜୀବନକୁ ଚିହ୍ନିଲି ସେଦିନ
ଯେଉଁଦିନ
ନିଜ ହାତରେ ଜଳେଇ ଦେଇ ଆସିଲି
ମୋ ବନ୍ଧୁଙ୍କ ଶବକୁ
ମୋ ଗାଁ ଦୂର ମଶାଣିରେ...

ଜୀବନକୁ ବୁଝିଲି ସେଦିନ
ଯେଉଁଦିନ
ଯୋଡ ହସ୍ତରେ ତିଳ ତର୍ପଣ କରି ଆସିଲି
ମୋ ବନ୍ଧୁଙ୍କ ଆତ୍ମାଙ୍କୁ
ମୋ ଗାଁ ପୋଖରୀ ତୁଠରେ...

ଆଉ ଜୀବନଠୁ ଶିଖିଲି ସେଦିନ
ଯେଉଁଦିନ
ଶୁଣୁଥିଲି ବନ୍ଧୁଙ୍କ ସୁଗୁଣ କୀର୍ତ୍ତନକୁ
ଝୁରି ହେଉଥିଲେ ସଭିଏଁ ତାଙ୍କ ଜୀବଦଶାକୁ
ମୋ ଗାଁ ମଝିଦାଣ୍ଡରେ...

Post a Comment

0 Comments