ପ୍ରଗତିର ଚିତ୍କାର...


ଖୁବ ବିକଳ ଚାହାଣୀରେ
ସେ ଚାହୁଁଥିଲା ମତେ
କିଛି କହୁଥିଲା ସତେ
ମୁଁ ପଢି ପାରୁଥିଲି
ତା ପେଟରେ ପେଟେ ଭୋକ
ଆଖିରେ ଆଖିଏ ଶୋକ
ହେଲେ,
ନଥିଲା ବି କା ପାଖେ ସମୟ
ଶୁଣିବାକୁ ତା କରୁଣ କାହାଣୀ
ଫିକା ଲାଗୁଥିଲା ଦୁନିଆଁର ଚାହାଣୀ
ନଥିଲା ବି ଟିକେ ସମବେଦନାର ସ୍ଵର
ଶୁଭୁ ନଥିଲା କାହାକୁ ତା ବିକଳ ଚିତ୍କାର...

Post a Comment