Games

header ads

କବିତା - ସୁକର୍ମ କୁକର୍ମ

ରାସ୍ତା ମୋ ଆରମ୍ଭ ଏନ୍ତୁଡି ଦୁଆରୁ
ମଶାଣି ଜୁଇରେ ଶେଷ
ବାଟେ ଭେଟୁଅଛି କେତେ ପ୍ରିୟଜନ
ନଥିବେ କେହି ମୋ ପାଶ

ମଶାଣିର ଯାଏଁ ଯିବେ ତ ସଭିଏଁ
ଏକା ଛାଡି ବାହୁଡିବେ
ସୀମାରେଖା ଡେଇଁ ଯିବି ମୁଁ ଆଗେଇ
ମୋ ସାଥେ କେହି ନଯିବେ

ଗୁଣ କୀର୍ତ୍ତି ମୋର ହୋଇବେ ସୁମରି
କରିଥିଲେ ଭଲ କର୍ମ
ବାହୁନି ବାହୁନି ପୋଛୁଥିବେ ଲୁହ
ନେଉଥିବେ ମୋର ନାମ

ଦେଇ ମୁଁ ନଥିବି ଧନ କି ସମ୍ପତ୍ତି
କର୍ମ ଏକା ମୋର ସାହା
ମନେ ରଖିଥିବେ ସ୍ମୃତିକୁ ମୋହର
କହୁଥିବେ ପଦେ ଆହା

ସଭିଙ୍କ ଜୀବନ ରାସ୍ତାର ଯେ ଦିନେ
ହେବ ନିଶ୍ଚେ ଅବସାନ
ସୁକର୍ମ କୁକର୍ମ ଉଭୟ କର୍ମର
ବିଚାରକ ପ୍ରିୟଜନ

Post a Comment

0 Comments